ଇସ୍ରୋ ପକ୍ଷରୁ ସବୁଠୁ କ୍ଷୁଦ୍ର ରକେଟ ଲଞ୍ଚ

ନୂଆଦିଲ୍ଲୀ:ଇସ୍ରୋ ପକ୍ଷରୁ ସବୁଠୁ କ୍ଷୁଦ୍ର ରକେଟ ଲଞ୍ଚ କରାଗଲା । ଏହା ସବୁଠାରୁ କ୍ଷୁଦ୍ର ରକେଟ ଅଟେ ଏବଂ ଏହି ରକେଟଟି ୩ଟି ସାଟେଲାଇଟକୁ କକ୍ଷପଥରରେ ଉପଗ୍ରହକୁ ପହଁଚାଇବ । ଏସଏସଏଲବି-ଡି୨ ନିଜ ସହିତ ତିନୋଟି ସାଟେଲାଇଟକୁ ନେଇ ମହାକାଶରେ ଉଡାଣ ଭରିବ । ଯେଉଁଥିରେ ଆମେରିକାର କମ୍ପାନୀ ଅନ୍ତରିକ୍ଷର ସାଟେଲାଇଟ janus1, ଚେନ୍ନାଇର ସ୍ପେସ ଷ୍ଟାର୍ଟଅପ ସ୍ପେସକିଡଜର ସାଟେଲାଇଟ AzaadiSAT ଏବଂ ଇସ୍ରୋର ସାଟେଲାଇଟ EOS-07 ଅନ୍ତର୍ଭୁକ୍ତ ରହିଛି ।
ସୂଚନା ଅନୁସାରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ ଆଜି ଏହାର ନୂତନ ରକେଟ SSLV-02 ମହାକାଶକୁ ଉତପେକ୍ଷଣ କରିବ। ତେବେ ଏହା ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ ଥିବା ସତିଶ ଧବନ ସ୍ପେସଠାରେ ଏହାକୁ ଉନ୍ମୋଚନ କରାଯିବ । ସବୁଠାରୁ ବଡ଼ କଥା ହେଉଛି ଏସଏସଏଲବି-ଡି୨ ନିଜ ସହିତ ତିନୋଟି ସାଟେଲାଇଟକୁ ନେଇ ମହାକାଶକୁ ଯାତ୍ରା କରିବ ।