ତୁର୍କୀ, ସିରିୟାରେ ମୃତ୍ୟୁ ସଂଖ୍ୟା ୧୯ ହଜାର ଟପିଲା

ତୁର୍କୀ ଓ ସିରିୟା‌‌ରେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି। କେବଳ ତୁର୍କୀରେ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ତୁର୍କୀରେ ପ୍ରାୟ ୧,୮୦,୦୦୦ ଲୋକ ସେମାନଙ୍କ ଘରର ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି।

ଲକ୍ଷାଧିକ ଲୋକ ଏବେ ଖୋଲାରେ ପଡ଼ିଛନ୍ତି। ପିଇବା ପାଣି ମୁଖ୍ୟ ସମସ୍ୟା ହୋଇଛି। ଏଭଳି ସ୍ଥିତି ପାଇଁ ଆଗକୁ ଆଉ ଏକ ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିବ। ତୁର୍କୀରେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ପ୍ରାୟ ୩୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କହରାମ୍‌ନମାରସରୁ ୨୮,୦୪୪ ଲୋକ ସ୍ଥାନାନ୍ତର ହୋଇଛନ୍ତି।