ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତଙ୍କ ଘରେ ହାଇଡ୍ରାମା। ରାକ୍ଷୀଙ୍କ ଘରର କଳି ଏବେ ବି-ଟାଉନ୍‌ର ହଟ୍‌ ଗସିପ୍‌ । ନୂଆ ନୂଆ ବିବାହ କରିଥିବା ରାକ୍ଷୀ ଓ ଆଦିଲଙ୍କ ବିବାହ ଏବେ ରିସ୍କରେ। ମାତ୍ର କିଛି ମାସର ବିବାହ ପରେ ରାକ୍ଷୀଙ୍କୁ ମାରପିଟ ତଥା ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ତାଙ୍କ ସ୍ୱାମୀ ଆଦିଲ ଦୁରାନୀ।କିଛି ଦିନ ହେବ ନିଜ ଦ୍ୱିତୀୟ ବିବାହ ସମ୍ପର୍କରେ ଘୋଷଣା କରିଥିବା ରାକ୍ଷୀଙ୍କ ପାଦ ତଳେ ଲାଗୁ ନ ଥିଲା। ହେଲେ ଏହାପରେ ଭୟଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଥିବା ପରି ଲାଗୁ ନ ଥିଲା। ଘରର କଳି ବାହାରକୁ ଆସିବା ପରେ ଗତକାଲି ରାକ୍ଷୀ ନିଜ ସ୍ୱାମୀଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିଥିଲେ।