ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍ ରହିଥାଏ । ମୋଟାମୋଟି ଭାବେ ଦେଖିବାକୁ ଗଲେ ତୃତୀୟ ରେଜିମେଣ୍ଟରେ ଭାରତକୁ ମିଳିବ ୩୨ଟି ମିଜାଇଲ୍ । ଏହି ମିଜାଇଲ୍ ସିଷ୍ଟମ୍ ଭାରତକୁ ମିଳିଲେ ଆହୁରି ଶକ୍ତିଶାଳି ହୋଇଯିବ ଭାରତର ସାମରିକ ଶକ୍ତି । ସୀମାରେ ଆହୁରି ମଜଭୁତ ହୋଇଯିବ ସାମରିକ ଶକ୍ତି ।ଏସ୍-୪୦୦ ମିଜାଇଲ୍ ସିଷ୍ଟମର ପୂରା ନାଁ ହେଉଛି ଏସ୍-୪୦୦ ଏୟାର ଡିଫେନ୍ସ ମିଜାଇଲ୍ ସିଷ୍ଟମ୍ । ଏହାର ନାଁ ଯେମିତି କାମ ବି ସେମିତି । ଆକଶ ମାର୍ଗରୁ ଆସୁଥିବା ଶତ୍ରୁର ମିଜାଇଲକୁ ଆଖିପିଛୁଳାକେ ଆକାଶରେ ହିଁ ଧ୍ୱଂସ କରିଦେବ । ଏହି ମିଜାଇଲ୍ ସିଷ୍ଟମ୍ ସୀମାରେ ମୁତୟନ ହେବା ପରେ ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଭାବିବ, ଆକ୍ରମଣ କରିବା ଉଚିତ୍ କି ନାହିଁ ।