ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର:  ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଆସନ୍ତା କାଲି ଦିଲ୍ଲୀ ଯିବେ ଚିକିତ୍ସା ହେବା ପାଇଁ ।  ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ପିଣ୍ଟୁଙ୍କର ଲିଭର ନଷ୍ଟ ହୋଇଛି। ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଆଉ ଏହି କ୍ରମରେ ପିଣ୍ଟୁଙ୍କୁ ଆସନ୍ତକାଲି ଦିଲ୍ଲୀ ନିଆଯିବ  ।  ଆସନ୍ତାକାଲି ସକାଳ ୭ଟାରେ ବିମାନ ଯୋଗେ ସେ ଦିଲ୍ଲୀ ଯିବେ  ।