୫ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼

ସୁପ୍ରିମ୍‌ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତି ଶପଥ ନେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି।  ଜଷ୍ଟିସ୍‌ ପଙ୍କଜ ମିଥଲ୍‌, ଜଷ୍ଟିସ୍‌ ସଞ୍ଜୟ କରୋଲ୍‌, ଜଷ୍ଟିସ୍‌ ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍‌ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ର ଶପଥ ନେଇଛନ୍ତି। ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ଏଥିପାଇଁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିଲା।