ବିଜୟ ମହାପାତ୍ରଙ୍କ ଚାଞ୍ଚଲ୍ୟ କର ବୟାନ୍‌

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍‌ । ନବ ଦାସଙ୍କୁ ହତ୍ୟା କରିବା ପାଇଁ କିଏ କରିଥିଲା ଷଡ଼ଯନ୍ତ୍ର?  ଗୋପାଳ କରିଥିଲା ନା ସେ କେବେଳ ଏକ ମୋହରା? ମର୍ଡର ପ୍ଲାନ୍‌ ପଛରେ ଆଉ କିଏ ରହିଛି କି?ସେ କହିଛନ୍ତି, ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଗୋପାଳ ଦାସ ରାତିରେ କେଉଁଠି ଥିଲେ ତାହାର ଉତ୍ତର ଦେଉ ତଦନ୍ତ ଟିମ? ସେ କେଉଁଠି କେଉଁଠିକି ଯାଉଥିଲେ? କାହା କାହା ସହିତ ମିଶୁଥିଲେ? ତାହାର କଲ ରେକର୍ଡ ବାହାର କରାଯାଉ ।  ଏହା ଉପରେ କିଛି ତଦନ୍ତ ହୋଇଛି କି ନାହିଁ ? ହତ୍ୟାକାଣ୍ଡର ୨ରୁ ୩ ଦିନ ପୂର୍ବରୁ କେଉଁ ଅବସରପ୍ରାପ୍ତ ଅଫିସ୍‌ରମାନେ ସେଠାକୁ ଯାଇଥିଲେ କି ? କେଉଁ ନେତା ଓ ଅଫିସ୍‌ର କେଉଁଠାରେ ଭେଟଘାଟ ହେଉଥିଲେ? କଣ ପାଇଁ ହେଉଥିଲେ। ଏସବୁ ଉପରେ  ତଦନ୍ତ ହୋଇଛି କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ନବ ଦାସଙ୍କ ପାଖରେ ଥିବା ପିଏସ୍‌ଓ ଏଫଆଇଆର କାହିଁକି କରିନାହାଁନ୍ତି । ସାଧାରଣତ ପିଏସ୍‌ଓମାନେ ଏଫ୍‌ଆଇଆର୍‌ ଦେଇଥାନ୍ତି। କିନ୍ତୁ ସେଠାରେ ଏଫ୍‌ଆଇଆର୍‌ ନିଜେ ଇନ୍ସପେକ୍ଟର ଦେଲେ ଓ ତଦନ୍ତ ମଧ୍ୟ କଲେ। ଯେଉଁ ଇନ୍ସପେକ୍ଟର ସାକ୍ଷୀ ଅଛନ୍ତି, ସେ ଦେଇଛନ୍ତି ଏଫ୍‌ଆଇଆର୍‌। ପିଏସ୍‌ଓ କାହିଁକି ଏଫ୍‌ଆଇଆର୍‌ ଦେଲେନି? ଏସବୁର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।