Odisha କେନ୍ଦ୍ର ବଜେଟ୍ କୁ ନେଇ କଣ କହିଲେ ନବୀନ Last updated Feb 2, 2023 ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବଜେଟ୍କୁ ନେଇ ଅଧା ପ୍ରଶଂସା କଲେ ନୀବନ ଆଉ ଅଧା ନିନ୍ଦା କଲେ ବି । କହିଲେ କିଛି ଭଲ ଦିଗ ରହିଛି, ଯାହା ପ୍ରଶଂସାଯୋଗ୍ୟ। ହେଲେ ଆଉ କିଛି ଉଦ୍ବେଗଜନକ ଚିତ୍ର ରହିଛି, ଯାହାକୁ ଅନୁଧ୍ୟାନ କରାଯିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ -୨୪ ଆର୍ଥିକବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଉପରେ ଆଜି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି କଥାରେ ପ୍ରଶଂସା କରିଥିଲେ ହେଁ, ମୁଖ୍ୟମନ୍ତ୍ରୀ ବୁଲେଇ ବଙ୍କେଇ ଜଣାଇ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ବଜେଟ୍ ଓଡ଼ିଶାର ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ସେପରି କିଛି ନାହିଁ । ଓଡ଼ିଶା ପାଇଁ ଅଧିକ ଅର୍ଥ କେନ୍ଦ୍ର ଦେଇନଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ନବୀନ ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇ ସିଧା ସିଧା ରାଜ୍ୟ ବିଜେପିକୁ ଆଙ୍ଗୁଠି ଉଠାଇଛନ୍ତି। କହିଛନ୍ତି ଯେ ମୁଁ ଆଶା କରିବି ଓଡ଼ିଶା ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। Share