ଗ୍ୟାସ ହେଲା ଶସ୍ତା
ମେଟ୍ରୋ ଟିଭି ଓଡିଶା,୨୦/୧ : କରୋନା ମହାମାରୀ ପରେ ଅର୍ଥନୀତିର ଅବସ୍ଥା ଅସନ୍ତୁଳିତ ହୋଇଯାଇିଛି । ଏହି ସବୁ ମଧ୍ୟରେ ସବୁ ଜିନିଷର ଦରଦାମ ବଢିବାରେ ଲାଗିଛି । ପରିବା ରୋଷେଇ ଗ୍ୟାସ ସିଲିଣ୍ଡର ଆଦିର ଦର ଆକାଶ ଛୁଆଁ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏବେ କମିଛି ଗ୍ୟାସ ସିଲିଣ୍ଡର ଦାମ୍ । ଗ୍ରାହକଙ୍କ ପାଇଁ ନୂଆ ଅଫର ଆସିଛି। ଏବେ ସିଲିଣ୍ଡର ଦରରେ ୫୦ ଟଙ୍କା କମ ହୋଇଛି। ଏହି ସୁବିଧା ସରକାରଙ୍କ ତରଫରୁ ନୁହେଁ ବରଂ ଡିଜିଟାଲ ପେମେଣ୍ଟର ସୁବିଧା ଦେଉଥିବା ପକେଟସ୍ ଆପ ତରଫରୁ ମିଳୁଛି। ଏହି ଆପ୍ ଜରିଆରେ ଗ୍ୟାସ ସିଲିଣ୍ଡର ବୁକିଂ କଲେ ଆପଣଙ୍କୁ କ୍ୟାସବ୍ୟାକ ମିଳିବ।
ସୂଚନା ଅନୁସାରେ,ପକେଟସ୍ ଆପ୍ ଜରିଆରେ ଗ୍ୟାସ ବୁକିଂ କଲେ ୧୦% ଛାଡ ମିଳିବ। ମାନେ ମୋଟରୁ ୫୦ଟଙ୍କା କମିଯିବ। ଏହା ବ୍ୟତିତ ଆପଣ ଅନ୍ୟ ଉପାୟରେ ୨୦୦ କିମ୍ବା ଏହାଠୁ ଅଧିକ ଟଙ୍କା ପେମେଣ୍ଟୁ କଲେ ତେବେ ବି ଆପଣଙ୍କୁ କ୍ୟାସବ୍ୟାକ ଦିଆଯିବ।