ସିସବା କୋରୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

PM meets with the President of the 77th session of the United Nations General Assembly, Mr. Csaba Kőrösi, in New Delhi on January 30, 2023.

ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନର ସଭାପତି ମାନ୍ୟବର  ସିସବା କୋରୋସି  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଏହି ବୈଠକରେ ଶ୍ରୀ ସିସବା କୋରୋସି ଜଳ ସମ୍ପଦ ପରିଚାଳନା ତଥା ସଂରକ୍ଷଣ କ୍ଷେତ୍ରରେ ଗୋଷ୍ଠିଗୁଡିକ ପାଇଁ ଭାରତର ପରିବର୍ତ୍ତନଶୀଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସଂସ୍କାରିତ ବହୁପକ୍ଷୀୟତା ଦିଗରେ ଭାରତର ଉଦ୍ୟମକୁ ସ୍ୱୀକାର କରି ଶ୍ରୀ ସିସବା କୋରୋସି ବିଶ୍ୱ ସ୍ତରୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆଣିବା କ୍ଷେତ୍ରରେ ଭାରତ ଅଗ୍ରଭାଗରେ ରହିଛି ବୋଲି ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ସିସବା କୋରୋସିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ସମସ୍ୟାର ସମାଧାନ ଖୋଜିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଶ୍ରୀ ସିସବା କୋରୋସିଙ୍କ ଆଭିମୁଖ୍ୟକୁ ସେ ପ୍ରଶଂସା କରିଥିଲେ । ଜାତିସଂଘ ୨୦୨୩ ଜଳ ସମ୍ମିଳନୀ ସମେତ ୭୭ ତମ ୟୁଏନଜିଏ ସମୟରେ ତାଙ୍କ ଅଧ୍ୟକ୍ଷତାକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ ଶ୍ରୀ ସିସବା କୋରୋସିଙ୍କୁ ନିଶ୍ଚିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦ ସମେତ ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ଦ୍ୱାରା ସମସାମୟିକ ଭୌଗୋଳିକ ବାସ୍ତବତାକୁ ପ୍ରତିଫଳିତ କରାଯାଇପାରିବ ।