ବିଆରଏସକୁ ନେଇ ରାଜନୀତି ଜୋର ଧରିଲା
ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବିଆରଏସ କୁ ନେଇ ଚର୍ଚା ଜୋର ଧରିଛି । ଓଡ଼ିଶାରେ ବିଜେଡି ସରକାର ସମୟରେ ଅସନ୍ତୁଷ୍ଟ ବିଜେପି, ବିଜେଡି, କଂଗ୍ରେସ ନେତାଙ୍କୁ ନେଇ ବିଆରଏସ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ରଣନୀତି କରିସାରିଛି ।
Odisha Ex CM Sri Giridhar Gamang and several other leaders joined BRS Party in the presence of CM Sri KCR in Hyderabad today. pic.twitter.com/kP1tEBXarc
— BRS Party (@BRSparty) January 27, 2023
ଦକ୍ଷିଣରେ ତେଲୁଗୁ ଭୋଟ କାଟିବା ସହ ନିଜର ଆଧିପତ୍ୟ ପାଇଁ ଏହି ଦଳ ପାଣି ଭଳି ଟଙ୍କା ଖର୍ଚ କରିବ ବୋଲି ମଧ୍ୟ ଚର୍ଚା ହେଉଛି । ବିଶେଷ କରି ଗରିବ ପରିବାର ଭୋଟ ଉପରେ ଏହି ଦଳ ଆଖି ରଖିଛି । ନୂଆ ଚେହେରା ସହ ପୁରୁଣା ନେତାଙ୍କୁ ଏହି ଦଳରେ ସାମିଲ କରିଛନ୍ତି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ।
WATCH LIVE: Odisha Ex CM Giridhar Gamang joining BRS in the presence of CM KCR at Telangana Bhavan https://t.co/JP2rY8Nkeu
— BRS Party (@BRSparty) January 27, 2023