ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’

ପୁଣି ଥରେ ସମଗ୍ର ବିଶ୍ଁରେ କୋଭିଡ୍ ମହାମାରୀ ମୁଣ୍ଡ ଟେକିଥିବା ବେଳେ ଏହାର ମୁକାବିଲା ପାଇଁ ଭାରତକୁ ମିଳିଲା ନୂଆ ଅସ୍ତ୍ର । ଲଞ୍ଚ ହୋଇଛି ଭାରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ’ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ଏହି ନାଜାଲ ଭ୍ୟାକ୍ସିନକୁ ଲଞ୍ଚ କରିଛନ୍ତି ।ସରକାରଙ୍କ କହିବା ଅନୁଯାୟୀ, ଏହା ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ବା ଅନ୍ତର୍ନାସିକା ଟିକା, ଯାହା କୋଭିଡ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଯୋଗୀ । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ଏହି ଭ୍ୟାକ୍ସିନ ଫେବୃୟାରୀ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ। ଏହା ଏବେ କୋ-ଓ୍ୱିନ ଆପରେ ମଧ୍ୟ ଉପଲବ୍ଧ ହୋଇ ନାହିଁ।
ଏହା ଏକ ବୁଷ୍ଟର ଡୋଜ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ବେଳେ ଏହା କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ସାର୍ଟିଫିକେଟ ବି ପାଇ ସାରିଛି।ସ୍ୱଦେଶୀ ଜ୍ଞାନ କୌଶଳରେ ର୍ନିମିତ ଏହି ଭ୍ୟାକ୍ସିନ ସରକାରୀ ଡାକ୍ତରଖାନାରେ ଟିକା ପିଛା ୩୨୫ ଟଙ୍କା ଏବଂ ଘରୋଇ ଭାବେ ୮୦୦ ଟଙ୍କାରେ ବିକ୍ରି ହେବ । ଏନେଇ ଡିସେମ୍ବରରେ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଥିଲା ।