ପରୀକ୍ଷା ପେ’ ଚର୍ଚ୍ଚାରେ ମୋଦିଙ୍କଠୁ ଟିପ୍ସ ନେବେ ୩୮ ଲକ୍ଷ ଛାତ୍ରଛାତ୍ରୀ

ବହୁ ପ୍ରତିକ୍ଷିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ଟାରେ ଆୟୋଜିତ ହେବ । ଏହି ଅବସରରେ ଛାତ୍ରୀଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ କରିବେ ପ୍ରଧାନମନ୍ତ୍ରି ମୋଦି। ଆଜି ପୂର୍ବାହ୍ନ ୧୧ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ ।
। ଚଳିତ ବର୍ଷ ପ୍ରାୟ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପଞ୍ଜିକୃତ ହୋଇଛନ୍ତି, ଯାହା ଗତ ବର୍ଷ ତୁଳନାରେ ଦୁଇଗୁଣ ଅଧିକ। ସେଥିମଧ୍ୟରୁ ୧୬ ଲକ୍ଷ ପଞ୍ଜିକରଣ କେବଳ ବିଭିନ୍ନ ରାଜ୍ୟ ବୋର୍ଡରୁ ଆସିଛି। ଏହାବାଦ ଚଳିତ ବର୍ଷ ୧୫୫ ଦେଶର ଛାତ୍ରଛାତ୍ରୀଙ୍କ ନାମ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଛି। ଆଜି କାର୍ଯ୍ୟକ୍ରମ ସମୟରେ ଷ୍ଟାଡିୟମରେ ପ୍ରାୟ ୨ ହଜାର ଛାତ୍ର ଉପସ୍ଥିତ ରହିବେ। ଅନ୍ୟ ପ୍ରାର୍ଥୀମାନେ ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।ପରିକ୍ଷା ପେ ଚର୍ଚ୍ଚା ଏହାର ଏକ ନିଆରା କାର୍ଯ୍ୟକ୍ରମ, ଯାହା ପ୍ରତିବର୍ଷ ବୋର୍ଡ ପରୀକ୍ଷା ପୂର୍ବରୁ ଆୟୋଜିତ ହୋଇଥାଏ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଶିଶୁ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ।