ବୟକଟକୁ ନେଇ ଚିନ୍ତାରେ ଶାହରୁଖ

ଚିନ୍ତାରେ ପଠାନ ଫିଲ୍ମର ହିରୋ ଶାହରୁଖ ଖାନ । ତେବେ ତାଙ୍କ ଫିଲ୍ମ ଭଲ ଚାଲିବ କିଛି ଲୋକ କହୁଥିବା ବେଳେ କିଛି ଲୋକ କହୁଛନ୍ତି ଚାଲିବନି । ଗୋଟିଏ ପଟେ କରୋନା ଯୋଗୁ ଫିଲ୍ମ ରିଲିଜ ହୋଇପାରୁନଥିଲା ।  ତାଙ୍କ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଚାରିଆଡେ ବୟକଟ କରାଯାଉଥିବାରୁ ସେ ଚିନ୍ତାରେ ଅଛନ୍ତି । ୪ବର୍ଷ ପରେ ପ୍ରେକ୍ଷାଳୟକୁ ଫେରିଛନ୍ତି କିଙ୍ଗ ଖାନ୍ । ତେବେ ଜାତୀୟ ଗଣମାଧ୍ୟମ ଚର୍ଚା ଅନୁଯାୟୀ ଅନେକ ରାଜ୍ୟରେ ଏହି ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି । ଯାହା ଫଳରେ ଏହି ଫିଲ୍ମ କ୍ଷତି ସହିବ ବୋଲି ଗଣମାଧ୍ୟମରେ ଚର୍ଚା ହେଉଛି ।  ଦେଶବ୍ୟାପି ହଜାର ହଜାର ସିନେମା ହଲରେ ଏହି ଫିଲ୍ମକୁ ନେଇ ଯେତିକି ଉତ୍କଣ୍ଠା ରହିଛି ସେତିକି କ୍ଷତି ହେବାର ସଂଭାବନା ମଧ୍ୟ ରହିଛି । କରୋନା ପରେ ଦର୍ଶକମାନେ ଫିଲ୍ମ ଦେଖିବାକୁ ଯାଉନାହାଁନ୍ତି । ସେପଟେ ବୟକଟ ଯୋଗୁଁ ଯୁବପିଢ଼ୀ ଫିଲ୍ମ ଦେଖୁନାହାଁନ୍ତି । ଏସବୁ ଭିତରେ ଶାହରୁଖ ଚିନ୍ତାରେ ଅଛନ୍ତି । ଅଗ୍ରୀମ ବୁକିଂ ପ୍ରାୟ ୭ଲକ୍ଷ ଟିକେଟ ବିକ୍ରି ହୋଇଥିଲେ ମଧ୍ୟ ଫିଲ୍ମ ଚାଲିବ କି ନାହିଁ ସେ ଚିନ୍ତାରେ ଅଛନ୍ତି ଶାହରୁଖ ।