ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି

ବଢ଼ି ବଢ଼ି ଚାଲିଛି ଆବାସ କଳି । ଗୋଟିଏ ପଟେ ଆବାସ ଯୋଜନାରେ ୯ଲକ୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରକାଶ ପାଇଛି । ଅନ୍ୟପଟେ ଘର ପାଇବାକୁ ଯୋଗ୍ୟ ହୋଇଥିଲେ ବି ତାଲିକାରେ ନାଁ ନଥିବା ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ଗାଁ ଗାଁରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏସବୁ ଭିତରେ, ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି ।ଦଳ ପକ୍ଷରୁ କୁହାଯାଇଛି, ପ୍ରାୟ ୨ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ନାଁ ସରକାର ଚଂଚକତା କରି କାଟି ଦେଇଛନ୍ତି । ଅଯୋଗ୍ୟ ଲୋକଙ୍କର ଗାଁରେ ପ୍ରତିପତି ରହିଛି ତାଙ୍କ ନାଁରେ ସାଧାରଣ ଲୋକ ଅଭିଯୋଗ କରିବାକୁ ଡରୁଛନ୍ତି । ଅଯୋଗ୍ୟ ଲୋକଙ୍କୁ ବାହାର କରିବା ଦାୟିତ୍ୱ ସରକାରଙ୍କର, ଲୋକଙ୍କର ନୁହେଁ । ତେଣୁ ସରକାର ନିଜେ ଦାୟିତ୍ୱ ନିଅନ୍ତୁ । ତାଲିକାରେ ଅନିୟମିତତା ନେଇ ଆଜି ୩୧୪ ବ୍ଲକରେ ଘେରାଉ କରିବ ବିଜେପି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦଳ ଦାବି ପତ୍ର ଦେବ ।