ପୁଣି ଥରେ ହେବ ଟିକାକରଣ

ଭୁବନେଶ୍ବର: କିଛି ଦିନ ଧରି କରୋନା ଟିକାକରଣ ବନ୍ଦ ରହିଥିବା ବେଳେ ପୁଣି ଆଜିଠୁ ଟିକାକରଣ ହେବ ବୋଲି ଜଣାପଡିଛି ।  ବିଦେଶରେ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ମଧ୍ୟ ଲୋକେ ସତର୍କ ହୋଇଛନ୍ତି ।  କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ଟିକାକରଣ ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି । ଆଜିଠୁ ଓଡ଼ିଶାରେ ପୁଣି ଥରେ ହେବ ଟିକାକରଣ । ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ ବୋଲି ଜଣାପଡିଛି। ଯେଉଁମାନେ ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି ସେମାନେ ଏହି ଟିକା ନେଇପାରିବେ।