ପାରାଦୀପରେ ୧୩ ମତ୍ସ୍ୟଜୀବୀ ନିଖୋଜ ଟ୍ରଲର୍‌ ସହ ୪ଦିନ ହେଲା ପତ୍ତା ମିଳୁନି

ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ  ଦୁଇଟି ମାଛଧରା ଟ୍ରଲର୍‌ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ଗତ ୪ଦିନ ହେଲା କୌଣସି ପତ୍ତା ମିଳୁନାହିଁ। ପାରାଦୀପଠାରୁ ୮୮ ନଟିକାଲ୍‌ ମାଇଲ୍‌ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍‌ (ଆଇଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍‌ ୨୬ ଓ ଆଇ୍‌ଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍ ୩୧୪)ର ପତ୍ତା ମିଳୁନି।  ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍‌ରେ ଚାଳକଙ୍କୁ ମିଶାଇ ୭ ଜଣ ମତ୍ସ୍ୟଜୀବୀ ଥିଲେ। ଅନ୍ୟଜଣେ ଟ୍ରଲର୍‌ ମାଲିକ ସସ୍ମିତା ବରାଳଙ୍କ ଅଭି‌ଯୋଗ ମୁତାବକ, ତାଙ୍କର ଟ୍ରଲର୍‌ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥ‌ିଲେ। ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ମତ୍ସ୍ୟ ବିଭାଗ ଏନେଇ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରିଛନ୍ତି