ହକି ବିଶ୍ବକପ୍‌: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର

ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍‌ରେ ସ୍ପେନକୁ ହରାଇଥିଲା ବେଳେ ଆଜି ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ସହ ମ୍ୟାଚ ଡ୍ର ରଖିଛି। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ୍‌ ଦେଇପାରି ନାହାନ୍ତି। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।ଆଜି ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା ।

ଆସନ୍ତା ୧୯ ତାରିଖରେ ସ୍ପେନକୁ ଇଂଲଣ୍ଡ ଏବଂ ଭାରତକୁ ୱେଲ୍ସ ଭେଟିବ। ଏହି ମ୍ୟାଚ  କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।  ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଦୁଇ ଦଳ ମଧ୍ୟରେ କଡା  ଟକ୍କର ଦେଖିବାକୁ ମିଳିଥିଲା।  ଉଭୟ ଟିମ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ଦ୍ବିତୀୟ ମ୍ୟାଚରେ ଜୋରଦାର ଲଢ଼େଇ କରିଛନ୍ତି।