ତିରୁଅନ୍ତପୁରମ: ତୃତୀ୍ୟ ଦିନିକିଆରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ବିଜୟ ହାସଲ କରିଛି । କେରଳର ତିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା ଭାରତ ୩୧୭ ରନ୍ରେ ମ୍ୟାଚ୍ ଜିତିଛି।
𝙒.𝙄.𝙉.𝙉.𝙀.𝙍.𝙎! 🏆#TeamIndia | #INDvSL pic.twitter.com/DH5WpvH0sb
— BCCI (@BCCI) January 15, 2023
ଏଥି ସହିତ ଟିମ୍ ଇଣ୍ଡିଆ ଶୃଙ୍ଖଳାକୁ ୩-୦ରେ ବିଜୟ ହାସଲ କରିଛି। ବିରାଟ କୋହଲି ଓ ଶୁବମନ ଗିଲ୍ ଶତକ ହାସଲ କରିଥିଲେ । ବିରାଟ କୋହଲି ଆଜି ୧୧୦ଟି ବଲ୍ ଖେଳି ୧୩ଟି ଚୌକା ଓ ୮ଟି ଛକା ବଳରେ ୧୬୬ ରନ୍ ସଂଗ୍ରହ କରିଥିଲେ। ଅନ୍ତର୍ଜାତୀୟ କ୍ୟାରିୟରର ୭୪ତମ ଶତକ ହାସଲ କରିଥିଲେ। ଏଥିରେ ସେ ୪୬ତମ ଦିନିକିଆ ଶତକ ଯୋଡ଼ିଥିଲେ। ପୂର୍ବରୁ ସେ ୨୭ଟି ଟେଷ୍ଟ ଓ ଗୋଟିଏ ଟି-୨୦ ଶତକ ମାରିଥିଲେ। ଭାରତ ୩୯୦ ରନ୍ରେ ପହଂଚାଇଥିଲେ। ଶ୍ରୀଲଙ୍କା ୩୯୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ମହମ୍ମଦ ସାମି ଓ କୁଲଦୀପ ଯାଦବ ୨-୨ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା।
Captain @ImRo45 collects the trophy as #TeamIndia seal the @mastercardindia #INDvSL ODI series 3️⃣-0️⃣👏👏
Scorecard ▶️ https://t.co/q4nA9Ff9Q2 pic.twitter.com/KmCAFDfpUe
— BCCI (@BCCI) January 15, 2023