କଂଗ୍ରେସର ଲଡକୀ ଯୋଗ ଦେବେ ବିଜେପିରେ

କଂଗ୍ରେସର ଲଡକୀ ଯୋଗ ଦେବେ ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୯/୧: ଉତ୍ତର ପ୍ରଦେଶରେ ପ୍ରତି ଦିନ ରାଜନୀତିରେ ନୂଆ ମୋଡ ଆସୁଛି । ନିର୍ବାଚନ ଯେତିକି ନିକଟତର ହେଉଛି ଦଳ ବଦଳର ଦୃଶ୍ୟ ସେତିକି ଦୃଷ୍ଟିକୁ ଆସୁଛି । ଗତ କିଛି ଦିନ ଧରି ବିଜେପିର ମନ୍ତ୍ରୀ ବିଧାୟକ ସମାଜବାଦୀ ପାଟିରେ ଯୋଗ ଦେଇଛନ୍ତି । ସମାଜବାଦୀ ପାଟିର ମୁଖ୍ୟ ଅଖିଳେଶଙ୍କ ଭାଇବୋହୁ ବିଜେପିରେ ଯୋଗ ଦେଲା ପରେ କଂଗ୍ରେସର ଲଡକୀ ହୁଁ ଲଡ ଶକ୍ତି ହୁଁ ବିଜେପିରେ ଯୋଗ ଦେବା ପରେ ଏଠରେ ରାଜନୀତି ର ପାଣିପାଗ ବଦଳୁଛି ।

ସୂଚନା ଅନୁସାରେ କଂଗ୍ରେସର ଚେହେରା ସାଜିଥିବା ପ୍ରିୟଙ୍କା ମୌର୍ଯ୍ୟ ଏବେ ଦଳକୁ ଛାଡିବାକୁ ବସିଲେଣି । ପ୍ରିୟଙ୍କା ମୌର୍ଯ୍ୟ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବେ ବୋଲି ଆଶା କରିଥିଲେ। କିନ୍ତୁ ଦଳ ତାଙ୍କୁ ନିରାଶ କରିଛି। ଏଥିପାଇଁ ସେ ବିଜେପି ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରିୟଙ୍କା ଟିକେଟ ନ ମିଳିବାରୁ କଂଗ୍ରେସକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। ଟିକେଟ ବଣ୍ଟନରେ ଦଳ ହେରଫେର ଓ ଆର୍ଥିକ କାରବାର କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଉତ୍ତର ପ୍ରଦେଶ ମହିଳା କଂଗ୍ରେସର ଉପ ସଭାପତି ଥିବା ପ୍ରିୟଙ୍କା ମୌର୍ଯ୍ୟ କହିଛନ୍ତି, ସେମାନେ ମୋ ଫଟୋ, ମୋ ନାଁ ଓ ସୋଶାଲ ମିଡିଆରେ ମୋର ୧୦ ଲକ୍ଷ ଅନୁଗାମୀଙ୍କୁ ନେଇ ନିଜର ପ୍ରଚାର କଲେ। କିନ୍ତୁ ନିର୍ବାଚନ ବେଳେ ଟିକେଟ ଦେବାର ସମୟ ଆସିବାରୁ ସେମାନେ ଆଉ କାହାକୁ ଏହା ଦେଇଦେଲେ। ଏହା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ସେ ଓବିସି ବର୍ଗରୁ ଆସିଥିବାରୁ ତାଙ୍କୁ ଟିକେଟ ମିଳିନଥିବା ଅଭିଯୋଗ ଆଣିଛନ୍ତି ।