ଆର୍ଥିକ ମାନଦଣ୍ଡରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା

ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ୧୧ । କିନ୍ତୁ ଆର୍ଥିକ ବର୍ଗରେ ଓଡ଼ିଶା ୬୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ରହିଛି । କେୟାର ରେଟିଙ୍ଗସର ସଂସ୍ଥା କେୟାରଏଜ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି । ୩୬.୭ ସ୍କୋର ସହ ୧୧ ନମ୍ବର ସ୍ଥାନରେ ରହିଛି ଓଡିଶା । ଅର୍ଥନୈତିକ, ଆର୍ଥିକ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ସାମାଜିକ, ଭିତ୍ତିଭୂମି, ପ୍ରଶାସନ ଓ ପରିବେଶ ଭଳି ମାନଦଣ୍ଡ ଆଧାରରେ ବିଭିନ୍ନ ରାଜ୍ୟକୁ ସ୍କୋର ଦିଆଯାଇଛି ।ଏହି ତାଲିକାରେ ୫୫.୭ ସ୍କୋର ସହ ମହାରାଷ୍ଟ୍ର ପ୍ରଥମ, ଗୁଜରାଟ ଦ୍ୱିତୀୟ ଏବଂ ତାମିଲନାଡ଼ୁ ତୃତୀୟ ସ୍ଥାନରେ ରହିଛି । ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନର ପ୍ରଦର୍ଶନ ଓଡ଼ିଶାଠାରୁ ଭଲ ରହିଛି । ତେବେ କେୟାରଏଜ୍ ରିପୋର୍ଟ ଅନୁଯାୟୀ ଅର୍ଥନୀତିରେ ଓଡ଼ିଶାର ସ୍କୋର ୪୧.୬ ଥିବା ବେଳେ ଏଥିରେ ଏହା ୫ମ ସ୍ଥାନରେ ରହିଛି । ସେହିପରି ଆର୍ôଥକ ଅନ୍ତର୍ଭୁକ୍ତୀକରଣରେ ରାଜ୍ୟର ସ୍କୋର ୩୦.୫ ଥିବା ବେଳେ ଏହା ୧୧ତମ ସ୍ଥାନରେ ରହିଛି । ସାମାଜିକ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଆହୁରି ଖରାପ ହୋଇ ୧୨ତମ ସ୍ଥାନକୁ ଖସିଛି । ଭିତିିଭୂମି ମାନଦଣ୍ଡରେ ଓଡ଼ିଶା ୧୫ତମ ସ୍ଥାନରେ ରହିଥିବା ବେଳେ ପ୍ରଶାସନରେ ଓଡ଼ିଶା ବଡ଼ ରାଜ୍ୟଗୁଡ଼ିକ ଭିତରେ ଶେଷତମ ଅର୍ଥାତ ୧୭ତମ ସ୍ଥାନରେ ରହିଛି । ପରିବେଶରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି ।