ବୁଥ ମଜବୁତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି

ବିଜେପିକୁ ବୁଥ ମଜବୁତ ଚିନ୍ତା । ଚଳିତ ବର୍ଷ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ସେହିପରି ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବୁଥ ମଜବୁତ କରିବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଗତକାଲି ଏ ନେଇ ବିଜେପି ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା ।ଏଥିରେ ବିଜେପିର ସାଧାରଣ ସମ୍ପାଦକ ଏବଂ ବିଭିନ୍ନ ରାଜ୍ୟର ପ୍ରଭାରୀ ଯୋଗ ଦେଇଥିଲେ । ଓଡିଶାର କ୍ଷେତ୍ରୀୟ ପ୍ରଭାରୀ ଏବଂ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ବି.ଏଲ ସନ୍ତୋଷ, ଅରୁଣ ସିଂହ ପ୍ରମୁଖ ସାମିଲ ହୋଇଥିଲେ । ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଜରିଆର ବିଜେପି ଚିହ୍ନଟ କରିଥିବା ୧୬୦ଟି ଲୋକସଭା ଆସନରେ ଭଲ ପ୍ରଦର୍ଶନ କରିବାକୁ ଯୋଜନା କରୁଛି ।