ଆସନ୍ତା ୧୫ ତାରିଖରୁ ହାଇସିକ୍ୟୁରିଟି ନମ୍ବର ନଥିଲେ କଟିବ ଚାଲାଣ

ଏଣିକି ଗାଡିରେ ହାଇସିକ୍ୟୁରିଟି ନମ୍ବର ନଥିଲେ ଚାଲାଣ କଟିବ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏ ନେଇ ଅତିରିକ୍ତ ପରିବହନ କମିଶନର, ଏନଫୋର୍ସମେଣ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିଲେ ୧୫ ତାରିଖରୁ ଚାଲାଣ କଟିବ । ଏଥିପାଇଁ ୫ ହଜାରରୁ ୧୦ ହଜାର ଯାଏଁ କଟିବ ଚାଲାଣ ।ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧ ଏହି ଗାଡିଗୁଡିକ ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା । ସେହିଭଳି ୭ ଓ ୮ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଚଳିତ ମାସ ୩୧ ତାରିଖ । ସେହିଭଳି ୯ ଓ ୦ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରି ୨୮ । ଏହା ପରେ ଗାଡିଗୁଡିକର ଯାଞ୍ଚ କରାଯାଇ ଜରିମାନା କଟାଯିବ ।