ବିଶ୍ୱ କପ୍ ଉଦଘାଟନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କଟକ: ହକି ଫିଭର ଏବେ ରାଜ୍ୟରେ । ହକି ପ୍ରେମୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଉଦଘାଟନୀ ଉତ୍ସବକୁ । ପିଲାଠୁ ବୁଢ଼ା ସମସ୍ତେ ଏବେ ହକି ଖେଳ ଦେଖିବାକୁ ଅପେକ୍ଷା କରିଛନ୍ତି । ଦେଶ ବିଦେଶରୁ ହକି ପ୍ରଶଂସକମାନେ ରାଜଧାନୀରେ ଆସି ପହଁଚିଛନ୍ତି ।  ବାରବାଟୀ ଷ୍ଟାଡିୟମ ଏବେ ନୂଆ ବୋହୁ ଭଳି ସଜେଇ ହୋଇଛି । ବୁଧବାର ବାରବାଟୀ ମଇଦାନରେ ବାଜିବ ହକି ବିଶ୍ୱ କପର ବିଗୁଲ୍ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ।  ରଣବୀର ସିଂ ଓ ଦିଶା ପଟାନୀଙ୍କ ନୂତ୍ୟ ମନମୋହିବ ଉଦଘାଟନୀ ଉତ୍ସବରେ ।
ଆଉ ଗୋଟିଏ ଦିନ ବାକି ଥିବାରୁ  ଶତାଧିକ ନୃତ୍ୟଶିଳ୍ପୀ ନିଜ ନିଜର ଅଭ୍ୟାସ ଜୋରଦାର କରିଥିବା ଦେଖିବାକୁ ମିଳିଛି । ଉଦଘାଟନୀ ଉତ୍ସବ ପାଇଁ ଅତ୍ୟାଧୁନିକ ବିଶାଳ ମଂଚ କରାଯାଇଛି ।  ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ ।