ଓଡ଼ିଆ ଖାଦ୍ୟକୁ ନେଇ ବିଦେଶୀ ଖେଳାଳିଙ୍କ ମୁହଁରେ ପ୍ରଶଂସାମ୍

ଭୁବନେଶ୍ବର: ରାଜଧାନୀରେ ହକି ବିଶ୍ବକପ ଖେଳିବା ପାଇଁ ବିଭିନ୍ନ ଦେଶର ଖେଳାଳି ଆସି ପହଁଚିଛନ୍ତି । ଏହାରି ଭିତରେ ଟୁଇଟରରେ ଓଡ଼ିଆ ଟୁଇଟ ମଧ୍ୟ ଟ୍ରେଣ୍ଡ ଚାଲିଥିବା ଦେଖିବାକୁ ମିଳିଥିଲା । ସବୁରି ମୁହଁରେ ଓଡ଼ିଆ ଖାଦ୍ୟକୁ ନେଇ ପ୍ରଶଂସା । ଆଉ ଦୁଇ ଦିନ ପରେ ଖେଳ ଆରମ୍ଭ ହେବ ।  ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍ ବିଗୁଲ ବାଜିବ । ଏଥିପାଇଁ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର ଆଉ ରାଉରକେଲା ସେପଟେ କଟକ ମଧ୍ୟ ଉଦଘାଟିନୀ ଉତ୍ସବ ପାଇଁ ସଜେଇ ହୋଇଛି । ଓଡ଼ିଶା ଆସି ସାରିଥିବା ବିଦେଶୀ ଖେଳାଳି ରାଜଧାନୀର ବିଭିନ୍ନ ହୋଟେଲରେ ରହୁଛନ୍ତି । ଖେଳାଳିଙ୍କ ମଧ୍ୟରେ ଓଡ଼ିଆ ଖାଦ୍ୟକୁ ନେଇ ବେଶ ଆଗ୍ରହ ଦେଖାଯାଇଛି । ଓଡ଼ିଆ ଖାଦ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିମ୍ ଗୁଡ଼ିକର ନିଜସ୍ୱ ଡାଏଟ୍ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପ୍ରସ୍ତୁତ ହେଉଛି ଖାଦ୍ୟ । ବିଭିନ୍ନ ହୋଟେଲରେ ରହୁଥିବା ଖେଳାଳିମାନେ ଓଡ଼ିଆ ଖାଦ୍ୟର ମଜା ନେଉଛନ୍ତି ।