Lifestyle ପିଜ୍ଜା-ବର୍ଗର ଖାଇବା ଦ୍ୱାରା ହୋଇପାରେ କ୍ୟାନସର୍ Last updated Jan 9, 2023 ଆପଣ ପିଜା ବର୍ଗର ଖାଇବାକୁ ଭଲ ପାଆନ୍ତି କି ? ତେବେ ଜାଣି ରଖନ୍ତୁ କିଛି କଥା । ବ୍ୟସ୍ତବହୁଳ ସମୟରେ ଅନେକ ଯୁବପିଢ଼ି ଫାଷ୍ଟାଫୁଡ୍ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଘରର ଖାଦ୍ୟ ସେମାନଙ୍କୁ ରୁଚେନି। ପିଜ୍ଜା, ବର୍ଗର, ଫ୍ରେଞ୍ଚ ଫ୍ରାଏ, ବିସ୍କୁଟ୍, କୋଲ୍ଡ ଡ୍ରିଙ୍କ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ସେହିପରି କିଛି ବୟସ୍କ ଲୋକ ମଧ୍ୟ ଏହି ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି। ଯଦି ଆପଣ ମଧ୍ୟ ଏଭଳି ଫାଷ୍ଟ ଫୁଡ୍ ଖାଉଛନ୍ତି ତେବେ ସାବାଧନ ହୋଇଯାଆନ୍ତୁ। ଏହି ଖାଦ୍ୟ ଆପଣଙ୍କ ଜୀବନ ନେଇପାରେ। ଏହି ଖାଦ୍ୟ ଖାଇବା ଦ୍ୱାରା ମହାରାତ୍ମ କ୍ୟାନସର୍ ରୋଗ ହୋଇପାରେ। ପ୍ରୋସେସଡ୍ ଖାଦ୍ୟର ଦୀର୍ଘକାଳୀନ ବ୍ୟବହାର କଲୋନ୍ କ୍ୟାନସର୍ ତଥା ଅନ୍ତନଳୀ କର୍କଟ ରୋଗର ଆଶଙ୍କା ବଢ଼ାଇପାରେ। ଜୀବନଶୈଳୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଖରାପ ଖାଦ୍ୟ ବ୍ୟବହାର କରନ୍ତି, ତେବେ ସେ ଏହି ରୋଗର ଶିକାର ହୋଇପାରନ୍ତି। Share