Odisha ଅର୍ଚ୍ଚନା ନାଗ ମାମଲା; ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି On Jan 9, 2023 ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି । ଚାର୍ଜ ସିଟ୍ ଦାଖଲ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାମଲାରେ ପ୍ରାଥମିକ ଚାର୍ଜସିଟ୍ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଦାଖଲ କରାଯିବା ନେଇ ସୂଚନା ରହିଛି । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଇଡି ତଦନ୍ତ କରିଥିବା ନେଇ ଚାର୍ଜସିଟ୍ ଦାଖଲ କରିବ । ତାହା ସହ ଜେରା ସମୟରେ ରେକର୍ଡ କରାଯାଇଥିବା ଅଡିଓ ଓ ଭିଡିଓ ମଧ୍ୟ ଦାଖଲ କରିବ ଇଡି । Share