୧୨ରୁ ଉଡ଼ିବ ଝାରସୁଗୁଡ଼ା-ମୁମ୍ବାଇ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହେବାକୁ ଯାଉଛି  । ଆସନ୍ତା ୧୨ ତାରିଖ ଠାରୁ ବିମାନ ସେବା ଆରମ୍ଭ ହେବ ।  ସ୍ପାଇସ ଜେଟ ପୁଣି ମୁମ୍ବାଇକୁ ବିମାନ ସେବା ଆରମ୍ଭ କରୁଥିବା ଜଣା ଯାଇଛି। ଆସନ୍ତା ୧୨ ତାରିଖ ଦିନ ବିମାନ ମୁମ୍ବାଇରୁ ଅପରାହ୍ନ ୨ ଟାରେ ଉଡ଼ାଣ କରି ଝାରସୁଗୁଡ଼ାରେ ୪ ଟା ୫ ରେ ପହଞ୍ଚିବ। ପୁଣି ୪.୪୦ରେ ଝାରସୁଗୁଡ଼ାରୁ ଉଡ଼ାଣ କରି ୭ ଟାରେ ମୁମ୍ବାଇରେ ପହଞ୍ଚିବ।