ଜୀବନ ଯୁଦ୍ଧରେ ହାରିଗଲେ ଧ୍ରୁବାନନ୍ଦ:ଭକ୍ତି ଭଜନରେ ଭକ୍ତଙ୍କୁ କରୁଥିଲେ ବିଭୋର

ଜୀବନ ଯୁଦ୍ଧରେ ହାରିଗଲେ ଧ୍ରୁବାନନ୍ଦ:ଭକ୍ତି ଭଜନରେ ଭକ୍ତଙ୍କୁ କରୁଥିଲେ ବିଭୋର image credit - youtube

ମେଟ୍ରୋ ଟିଭି ଓଡିଶା,୧୯/୧: ଭକ୍ତିପୁତ ଭଜନ ଗାଇ ଶ୍ରୋତାଙ୍କୁ ବିଭୋର କରୁଥିବା ଧ୍ରୁବାନନ୍ଦ ଆଉ ନାହାନ୍ତି । ତାଙ୍କ ଭଜନରେ ଫୁଟି ଉଠୁଥିଲା ଜଗନ୍ନାଥଙ୍କ ପ୍ରୀତି ସେବା ଓ ସମର୍ପିତ ଭାବ । ଓଡିଶା ଜନମାନସରେ ଭଜନ ଗାଇ ନିଜକୁ ପ୍ରତିଷ୍ଟିତ କରିଥିବା ଧ୍ରୁବାନନ୍ଦ ସବୁଦିନ ପାଇଁ ଭବ ଭୂମିରୁ ବିଦାୟ ନେଇଛନ୍ତି । ସେ ଯେଉଁ କେତୋଟି ଭଜନ ଗାଇଛନ୍ତି ତାହା ଆଜି ଓଡିଶା ବାସୀଙ୍କ ମନ ମଧ୍ୟରେ ବସିଯାଇଛି । ହାରିଲି କେତେ ମୁ ଜିତିଲି କେତେ, ସବୁର ହିସାବ ଅଛି ତୋ ପାଖେ ।

source-facebook

ଏଭଳି ଏକ ଭକ୍ତିପୂର୍ଣ୍ଣ କାଳିଆ ଭଜନ ଗାଇ ସଭିଁଙ୍କ ପାଖରେ ଆଦୃତ ହୋଇଥିଲେ ଧ୍ରୁବାନନ୍ଦ ଦାସ । ତେବେ କାଳିଆ ଭଜନ ପାଇଁ ସେ ଯେତିକି ଲୋକପ୍ରିୟ ହୋଇପାରିଥିଲେ ବ୍ୟକ୍ତିଗତ କ୍ଷେତ୍ରରେ କିନ୍ତୁ ଦୁରାରୋଗ୍ୟରେ ଶିକାର ହୋଇଥିଲେ ଧ୍ରୁବାନନ୍ଦ । ସୂଚନା ଅନୁସାରେ ଧ୍ରୁବାନନ୍ଦ ବ୍ଳଡ କ୍ୟାନସରରେ ପିଡିତ ହୋଇ ଚିକିତ୍ସା ଧିନ ଥିଲେ । ଏଭଳି ସ୍ଥିତିରେ ସେ , ପ୍ରଭୁ ଜଗନ୍ନାଥଙ୍କର ଥିଲେ ବଡ ଭକ୍ତ । ବ୍ଳଡ କ୍ୟାନସରେ ପିଡିତ ଥାଇ ମଧ୍ୟ ତାଙ୍କର ଶେଷ ଇଚ୍ଛା ଥିଲା ଜଗନ୍ନାଥଙ୍କ ଗୀତ ଗାଇବାକୁ । ତାଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ଜୟଶ୍ରୀ ଧଳ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଯେଉଁ ଗୀତଟିକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ତେବେ ବହୁ ଦିନ କ୍ୟାନସରରେ ରୋଗରେ ପିଡିତ ଥାଇ ଆଜି ଧ୍ରୁବାନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଓଡିଶାରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି ।