ଭାରଉତ୍ତୋଳନକାରୀ ସଂଜୀତା ଚାନୁ ପୁଣିଥରେ ଡୋପ ଟେଷ୍ଟରେ ଫେଲ

ନୂଆଦିଲ୍ଲୀ: ପୁଣିଥରେ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି  କମନୱେଲଥ ଗେମ୍ସରେ ୨ଥର ସ୍ୱର୍ଣ୍ଣ ପଦକ ବିଜେତା ଭାରଉତ୍ତୋଳନକାରୀ ସଂଜୀତା ଚାନୁ  ।  ସଂଜୀତାଙ୍କର ସାମ୍ପଲ  ଟେଷ୍ଟ ବେଳେ ଏଥିରୁ ଷ୍ଟେରଏଡ ଡ୍ରାଷ୍ଟେନୋଲାନ ମିଳିଥିବା ଜଣାପଡିଛି । ଏହା ପରେ ସଂଜୀତାଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଏବେ ଯଦି ସଂଜୀତା ନ୍ୟାସାନଲ ଆଣ୍ଟି ଡୋପିଂ ଏଜେନ୍ସି ନିକଟରେ ନିଜକୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିନପାରନ୍ତି ତେବେ ତାଙ୍କ ଉପରେ ୪ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇପାରେ ।