ଉଡିଲା ଭୁବନେଶ୍ବରରୁ ରାଉରକେଲା ବିମାନ: ପ୍ରଧାନମନ୍ତ୍ରୀଙ୍କ ଫଟୋ ନରଖିବାକୁ ନେଇ ରାଜନୀତି ଜୋରଧରିଲା

ଭୁବନେଶ୍ବର: ନବୀନଙ୍କ ଫଟୋ ଲାଗିଲା କିନ୍ତୁ ମୋଦିଙ୍କ ଫଟୋ କାହିଁକି ଲାଗିଲା ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଯଦି ବିମାନ ଉଡାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିଲା ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟଦିଆଯିବାର ଫଟୋ ଲଗାଇବା ଉଚିତ ହୋଇଥାନ୍ତା ବୋଲି କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ବହୁଦିନର ସ୍ବପ୍ନ ପୂରଣ ହୋଇଥିଲେ ମଧ୍ୟ ରାଉରକେଲାକୁ ବିମାନ ଚଳାଚଳ ଶୁଭାରମ୍ଭ ହୋଇଥିବା ବେଳେ ଏନେଇ ପ୍ରକାଶିତ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ନରହିବା ନେଇ ଆରମ୍ଭ ହୋଇଛି ବୟାନବାଜି । ପ୍ରଧାନମନ୍ତ୍ରୀଙ୍କ ଫଟୋ ନରଖିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅହରହ ପ୍ରଚେଷ୍ଟା କରି ଆସିଛନ୍ତି । କିନ୍ତୁ କୌଣସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଗଲା ନାହିଁ ।