ଓଡ଼ିଶାରେ ୩ ରୁଷୀୟ ନାଗରିକଙ୍କ ମୃତ୍ୟୁରେ କୌଣସି ଲିଙ୍କ୍ ନାହିଁ

ଭୁବନେଶ୍ୱର : ଓଡ଼ିଶାରେ ୩ ରୁଷୀୟ ନାଗରିକଙ୍କ ମୃତ୍ୟୁରେ କୌଣସି ଲିଙ୍କ୍ ନାହିଁ । ଏ ନେଇ ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ। ରାୟଗଡ଼ାରେ ୨ ଓ ପାରାଦୀପରେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ଲିଙ୍କ୍ କରାଯିବା ଅନୁଚିତ ବୋଲି MEA କହିଛି ।ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ରାୟଗଡ଼ାରେ ୨ ଜଣଙ୍କ ପରେ ପାରାଦୀପରେ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ତିନି ଜଣଙ୍କ ମୃତ୍ୟୁ ଘଟଣାର ଆଇନ ଅନୁସାରେ ତଦନ୍ତ କରାଯାଉଛି । ତିନି ଜଣଙ୍କ ମୃତ୍ୟୁରେ ସାମଞ୍ଜସ୍ୟ ଥିବା ବା ଲିଙ୍କ୍ ଥିବା ସେ ଭାବୁନଥିବା କହିଛନ୍ତି ।ଏଥିସହ ସେ କହିଛନ୍ତି, ଭାରତ ଏକ ବଡ଼ ଦେଶ । ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ବର୍ଷ ସାରା ଏଠାକୁ ଆସିଥାନ୍ତି । ଏଭଳି ସ୍ଥିତିରେ ତିନି ଜଣଙ୍କର ମୃତ୍ୟୁକୁ ଲିଙ୍କ୍ କରାଯିବା ଅନୁଚିତ୍ ବୋଲି ସେ କହିଛନ୍ତି  ।