ବିଶ୍ବକପ୍ କାଉଣ୍ଟ ଡାଉନ: ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ମିଳିବ କୋଟିଏ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ପୁରୁଷ ହକି ବିଶ୍ୱକପ୍ରେ ଭାରତ ବିଜେତା ହେଲେ ଏହାର ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ମିଳିବ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କମ୍ପ୍ଲେକ୍ସରେ ସ୍ଥାପିତ ବିଶ୍ୱକପ୍ ଭିଲେଜକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ଖେଳାଳିଙ୍କୁ ଭେଟିଲା ବେଳେ ଏହି ଘୋଷଣା କରିଥିଲେ। ପୂର୍ବରୁ ହକି ଇଣ୍ଡିଆ ମଧ୍ୟ ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ବିଶ୍ବକପ୍ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହକାରୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଘୋଷଣା କରିଥିଲା। ଉପବିଜେତା ଲାଗି ଯଥାକ୍ରମେ ୧୫ ଲକ୍ଷ ଓ ୩ ଲକ୍ଷ ଏବଂ କାଂସ୍ୟ ପାଇଁ ୧୦ ଲକ୍ଷ ଓ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲା।
Glad to meet and interact with the Indian Hockey team members at Birsa Munda Hockey Stadium in #Rourkela ahead of the #HockeyWorldCup2023. Wish all of them very best as they are raring to go and give their best to bring laurels for the country. #OdishaForHockey #HockeyComesHome pic.twitter.com/bzTHtIDs46
— Naveen Patnaik (@Naveen_Odisha) January 5, 2023