ଓଡିଶାରେ 5 ଜି ସେବା ଆରମ୍ଭ, ସାରା ଓଡ଼ିଶା ପାଇଁ ସ୍ଥାପନ ହେବ ୫୦୦୦ ମୋବାଇଲ୍ ଟାୱାର

ଭୁବନେଶ୍ବର: ଓଡିଶାରେ 5ଜି ସେବା ଆରମ୍ଭ ହୋଇଛି । କଟକ ଭୁବନେଶ୍ବରରେ ପ୍ରଥମେ ଏହି ସେବା ଯୋଗାଇଦେବେ ଏୟାରଟେଲ ଓ ଜିଓ । ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ୫ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି । ତେବେ ସାରା ଓଡ଼ିଶାରେ ଏହି ସେବା ପାଇଁ ଆହୁରି ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ । କାରଣ ମନ୍ତ୍ରୀଙ୍କ କହିବା ଅନୁସାରେ ପ୍ରଥମେ  ୫୦୦୦ ମୋବାଇଲ୍ ଟାୱାର ବସାଇବାକୁ 18 ମାସ ଲାଗିବ । ଏହାପରେ ସାରା ଓଡ଼ିଶା ସହ ବିଚ୍ଛିନାଞ୍ଚଳରେ ପହଞ୍ଚିବ ମୋବାଇଲ୍ ନେଟୱାର୍କ । ଏଥିପାଇଁ କେନ୍ଦ୍ର ସରକାର ମୋଟ ୫୬୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ଏହା ସହ କଳାହାଣ୍ଡିରେ ୧୯ଟି , କନ୍ଧମାଳରେ ୧୨ଟି, କୋରାପୁଟରେ ୮ଟି, ମାଲକାନଗିରିିରେ ୨୫ଟି , ନବରଙ୍ଗପୁରରେ ନୂଆପଡା ଓ ରାୟଗଡାକୁ ମିଶାଇ ମୋଟ୍ ୧୦୦ଟି ଟାୱାର ଉଦଘାଟିତ ହୋଇଛି । ତେବେ ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଇବ ।