ଉନ୍ନତ ଚିକିତ୍ସା ପାଇଁ ଆଜି ମୁମ୍ବାଇ ସ୍ଥାନାନ୍ତର ହେବେ ପନ୍ତ

ନୂଆଦିଲ୍ଲୀ: ଡେରାଡୁନରୁ ମୁମ୍ବାଇ ଚିକିତ୍ସା ପାଇଁ ଯିବେ ପନ୍ତ । ଏନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।  ଉନ୍ନତ ଚିକିତ୍ସା ନିମନ୍ତେ ଆଜି ଋଷଭ ପନ୍ତଙ୍କୁ ଡେରାଡୁନ୍‌ରୁ ମୁମ୍ବାଇକୁ ସ୍ଥାନାନ୍ତରଣ କରାଯିବ । ଡିସେମ୍ବର ୩୦ ତାରିଖ ପ୍ରତ୍ୟୁଷରେ ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ନିଜେ କାର୍‌ ଚଳାଇ ରୁଡ୍‌କୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପନ୍ତ ଡେରାଡୁନ୍‌ସ୍ଥିତ ‘ମ୍ୟାକ୍ସ୍‌ ହସ୍ପିଟାଲ୍‌’ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ମୁଣ୍ଡ, ଗୋଡ, ପିଠିରେ ଆହତ ଲାଗିଛି । ତେବେ ତାଙ୍କ ଡାହାଣ ଆଣ୍ଠୁରେ ଅପରେସନ ହୋଇ ଲିଗାମେଂଟ ଚିକିତ୍ସା କରାଯାଇପାରେ । ଏହାଛଡ଼ା, ତାଙ୍କର ଡାହଣ ହାତ ମଣିବନ୍ଧ, ଗୋଡ଼ ବଳାଗଣ୍ଠି ଓ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି।