ପ୍ରଥମ ଟି-20ରେ ଶ୍ରୀଲଙ୍କାକୁ ୨ ରନରେ ହରାଇଲା ଭାରତ

ମୁମ୍ବାଇ : ଦୁଇ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତ ।  ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଶେଷ ଓଭରରେ ଶ୍ରୀଲଙ୍କାକୁ ୨ ରନରେ ହରାଇଦେଇଛି ଭାରତ ।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକରେଟ ହରାଇ ୧୬୨  ରନ କରିଥିଲା । ଭାରତ ପକ୍ଷରୁ ଓପନର ଇଶାନ କିଷନ ୩୭ରନ, ଶୁଭମନ ଗିଲ  ୭ ରନ,  ସୂର୍ଯ୍ୟକୁମାର ଓ ସଂଜୁ ସାମସନ ୭ ରନ ଓ ୫ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୯ ରନ କରିଥିଲେ । ଦୀପକ ୪୦ ରନ କରିଥିବାବେଳେ ଅକ୍ଷର ୩୧ ରନ କରିଥିଲେ । ତେବେ ସମସ୍ତ ଉଇକେଟ ହରାଇ ୧୬୦ରନ କରିଥିଲା ଶ୍ରୀଲଙ୍କା ଦଳ । ଶ୍ରୀଲଙ୍କା ପକ୍ଷରୁ ଦାସୁନ ସନକା ୪୫ ରନ, କୁଶଲ ମେଣ୍ଡିସ ୨୮ରନ ଓ ଚମିକା କରୁଣାରତ୍ନେ ୨୩ରନ କରିଥିଲେ । ଭାରତ ପକ୍ଷରୁ ଶିବମ ମାଭି ୪ଟି, ଉମରାନ ମଲ୍ଲିକ ଓ ହର୍ସଲ ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଦୀପକ ହୁଡା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।