ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ଅସ୍ବାଭାବିକ ମୃତ୍ୟୁ

ପାରାଦୀପ: ରାଜ୍ୟରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଜଣେ ରୁଷୀୟ ମୁଖ୍ୟଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାକୁ ଏକ ଅସ୍ବାଭାବିକ ମୃତ୍ୟୁ ବୋଲି କୁହାଯାଉଛି।
ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ଇଞ୍ଜିନିୟର ଅଲଦାନା ଭେସେଲରେ ପାରାଦୀପ ଆସିଥିଲେ। ମୃତ ରୁଷୀୟ ଇଞ୍ଜିନିୟର ହେଉଛନ୍ତି ମିଲ୍ ୟାକୁବ ସର୍ଜଇ। ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଘଟଣା ସମ୍ପର୍କରେ ତଦନ୍ତ ହେବା ପୂର୍ବରୁ କିଛି କହିହେବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି ଏଲ୍ ହାରନାଦ କହିଛନ୍ତି।