ଶୁଭଶ୍ରୀଙ୍କ ଜୀବନ ଗଲା କେମିତି?

କେନ୍ଦୁଝର: ରାତିରେ ନାଚଗୀତରେ ଝୁମୁଥିଲେ । ସକାଳୁ ଦେଖିବା ବେଳକୁ ଜୀବନ ନାହିଁ । ଶୁଭଶ୍ରୀଙ୍କ ଜୀବନ ନେଲା କିଏ? ଯଦି  ବିଷକ୍ରିୟାରୁ  ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି। ତେବେ ତାଙ୍କୁ ବିଷ କିଏ ଆଣି ଦେଲା ନା ସେ ନିଜେ ଆଣି ପିଇଛନ୍ତି । କଣ ପାଇଁ ଜୀବନ ହାରିଲେ  ଶୁଭଶ୍ରୀ ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚାଲିଛି ଚର୍ଚା ।  ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଶୁଭଶ୍ରୀଙ୍କ ବିଷ ପିଇବା ଯୋଗୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ନୂଆ ବର୍ଷ ପୂର୍ବ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ପ୍ରତାରଣା କରିଥିବା କିଛି ଦିନ ପୂର୍ବରୁ ଶୁଭଶ୍ରୀ ଅଭିଯୋଗ କରିଥିଲେ । ତେବେ ତାଙ୍କ ପୁରୁଷ ବନ୍ଧୁଙ୍କ ଏବେ ଦେଖା ନାହିଁ । ତାଙ୍କ ଫୋନ ବନ୍ଦ ଥିବା କୁହାଯାଉଛି ।