ଶ୍ରୀଲିଙ୍ଗରାଜ ଉପାସ !

ଭୁବନେଶ୍ବର: ସମାଧାନ ହୋଇପାରୁନି ବିବାଦ ।  ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦୀର୍ଘଦିନ ଧରି ଲାଗିରହିଛି । ଯାହା ଫଳରେ ନୂଆବର୍ଷ ଠାରୁ ବନ୍ଦ ରହିଛି ନୀତିକାନ୍ତି। ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ଏଭଳି ସମସ୍ୟା ସୃଷ୍ଟି ହୋଇଛି ।  ବଡ଼ୁ ନିଯୋଗ ନୀତିକାନ୍ତିରେ ପ୍ରଥମେ ସହଯୋଗ କରିନଥିବା ଓ ଏଥିରେ ପ୍ରଶାସନ ହସ୍ତକ୍ଷେପ କରୁନଥିବାରୁ ଏଭଳି ବିଭ୍ରାଟ ହେଉଥିବା ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। ତେବେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।