୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ

ନୂଆଦିଲ୍ଲୀ : ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରର ରାଷ୍ଟ୍ରସନ୍ଥ ତୁକାଡୋଜୀ ମହାରାଜ ନାଗପୁର ବିଶ୍ବବିଦ୍ୟାଳୟରେ ଜାନୁଆରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ । ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସର ଥିମ୍ ବା ମୁଖ୍ୟ ପ୍ରସଙ୍ଗ ହେଉଛି ‘ମହିଳା ସଶକ୍ତୀକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’।  ଭାରତୀୟ ବିଜ୍ଞାନ କଂଗ୍ରେସ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ଆଗ୍ରହ ଏବଂ ସ୍ୱଭାବକୁ ଉତ୍ସାହିତ କରିବା ଲାଗି ଶିଶୁ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ ବୋଲି ଜଣାପଡିଛି ।