ମୃତ୍ୟୁ ପୂର୍ବରୁ ଭୁବନେଶ୍ବର ବି ଆସିଥିଲେ ରୁଷୀୟ ସାଂସଦ !

ଭୁବନେଶ୍ୱର : ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁକୁ ନେଇ ନାନା  ସନ୍ଦେହ ଉପୁଜିଛି । ଏହି ହାଇପ୍ରୋଫାଇଲ  ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା ବେଳେ ଅନେକ ଗୁମର ଖୋଲିବାରେ ଲାଗିଛି।  ରାୟଗଡ଼ାର ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ ହୋଟେଲ୍‌ ରେ କିପରି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା ତାହା ଏବେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଜୋରସୋରରେ ଚର୍ଚା ହେଉଛି । ରାୟଗଡ଼ାର ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ ହୋଟେଲ୍‌ରେ ଝରକା ଦେଇ କିପରି ବାହାରେ ପଡିଲେ ଋଷିୟ ସାଂସଦ ତାହାର ତଦନ୍ତ ଚାଲିଛି ।  ଯେଉଁ ଝରକାରୁ ଖସିପଡ଼ି ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ପ୍ରାଣ ହରାଇଥିଲେ ସେଠାରେ ମଧ୍ୟ ତଦନ୍ତ କରାଯାଇଛି ।  ମୃତକମାନଙ୍କ ପୋଷ୍ଟମର୍ଟମ କରିଥିବା ୪ଜଣ ଡାକ୍ତରଙ୍କୁ ପଚରା ଉଚୁରା କରାଯାଇଛି । ତେବେ ରାୟଗଡ଼ା ଯିବା ପୂର୍ବରୁ ଏହି ପର୍ଯ୍ୟଟକମାନେ  ଭୁବନେଶ୍ୱର ଓ କନ୍ଧମାଳର ଦାରିଙ୍ଗବାଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ତେଣୁ ଏହି ଦୁଇ ସ୍ଥାନକୁ ଆସି କ୍ରାଇମବ୍ରାଂଚ ଜେରା କରିବ ବୋଲି ଜଣାପଡିଛି ।