କୁହୁଡିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ଦ୍ଵାରା ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ନୂଆଦିଲ୍ଲୀ: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି I ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି I

ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି; ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ I ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କ ଦ୍ୱାରା ରନିଙ୍ଗ ଷ୍ଟାଫ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି I

ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓ.ଏଚ.ଇ ଖୁଣ୍ଟ ମାନଙ୍କରେ ଲେବଲ କ୍ରସିଂ ଏବଂ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା “ଟ୍ରେନ ଅଟକିବା ସଂକେତ” ପୂର୍ବରୁ ଲଗାଯାଇ ଟ୍ରେନ ଚାଳକ ମାନଙ୍କୁ ସଜାଗ କରାଯାଉଅଛି ଯେ , ଟ୍ରେନଟି ” ଅଟକିବା ସଂକେତ” ପାଖରେ ପହଞ୍ଚିବାକୁ ଯାଉଅଛି ଓ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରୁଅଛି I ଏହି ବ୍ୟବସ୍ଥା ଦ୍ୱାରା ଟ୍ରେନ ଚାଳକ ମାନେ ଘନ କୁହୁଡ଼ିଥିବା ଅଞ୍ଚଳ ମାନଙ୍କରେ ସାମ୍ନାରେ ଥିବା ସିଗ୍ନାଲର ଦିଗ ପ୍ରତି ଅଧିକ ସଚେତନ ହୋଇପାରୁଛନ୍ତି I

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ ସର୍ବୋତ୍ତମ ସଂରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସଂରକ୍ଷା ବିଭାଗ ଅଧିକାରୀ ମାନଙ୍କୁ ଉପଦେଶ ଦିଆଯାଇଅଛି I ଟ୍ରେନ ଚାଳକ ଓ ଗାର୍ଡ ମାନଙ୍କୁ ନିର୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧୀରେ ଚଳାଇବେ, ଯଦିଓ ଏଥିପାଇଁ ଟ୍ରେନ ଚଳାଚଳ ସମୟରେ ବାଧାପ୍ରାପ୍ତର ସମ୍ଭାବନା ଥାଏ I

ଘନ କୁହୁଡ଼ିରେ ଯଦି ଟ୍ରେନ ଚାଳକ ସିଗ୍ନାଲ ଗୁଡିକୁ ଦେଖିବାକୁ ସକ୍ଷମ ହୋଇନପାରନ୍ତି, ତେବେ ସିଗ୍ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟିକରୁଥିବା ଡିଟୋନେଟରକୁ ପ୍ରୟୋଗ କରାଯାଏ I ଯାହା ଫଳରେ ଟ୍ରେନ ସଂକେତ ପାଖରେ ରହି ପାରିବ I ଏହି ଡିଟୋନେଟର ଚେପଟା, ଡିସ୍କ ଭଳି ମେଟାଲ କଣ୍ଡକ୍ଟର ଓ ସାଧାରଣତଃ ନାଲି ରଙ୍ଗ ଯାହାକି ଟ୍ରେନ ଚକ ତଳେ ବିସ୍ଫୋରକ ଶବ୍ଦ ସୃଷ୍ଟି କରିପାରୁଥିବ I

ଷ୍ଟେସନ ମ୍ୟାନେଜର ମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଡିଟୋନେଟର ଯୋଗାଇ ଦିଆଯାଇ ଘନ କୁହୁଡି ଥିବା ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ୟବହାର କରିବାକୁ କୁହାଯାଇଅଛି I ଘନ କୁହୁଡି ଥିବା ସ୍ଥାନମାନଙ୍କରେ ଟ୍ରେନ ଚାଳକ ମାନଙ୍କୁ ସଂକେତ ଦେବାପାଇଁ ଡିଟୋନେଟର ପ୍ରୟୋଗ କରିବାକୁ ଷ୍ଟେସନ, କେବିନ ଏବଂ ଗେଟ ମାନଙ୍କରେ ଥିବା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ସହ ସଠିକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଅଛି I

ଘନ କୁହୁଡ଼ିଥିବା ଅଞ୍ଚଳରେ ଟ୍ରେନ ଚାଳକ ମାନେ ଯେପରି ସ୍ଥିରୀକୃତ ସ୍ପିଡ଼ ଲିମିଟକୁ ଅତିକ୍ରମ ନକରିବେ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ଟ୍ରେନ ଗାର୍ଡ ମାନଙ୍କୁ ପରାମର୍ଶ ଦିଆଯାଇଅଛି I ଘନ କୁହୁଡି ପରିସ୍ଥିତିରେ ସଂକେତ ପାଇଁ ରେଳବାଇ ପକ୍ଷରୁ ଅନୁମୋଦିତ ଡିଜାଇନର ରେଡ ଟେଲ ଧପଧପି ଲ୍ୟାମ୍ପକୁ ଟ୍ରେନ ମାନଙ୍କର ପଛରେ ଲଗାଯାଇଅଛି , ଯେପରି କି ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନ ର ସ୍ଥିତିକୁ ଦେଖି ପାରିବ I କୁହୁଡି ସମୟରେ ଦିନରେ ମଧ୍ୟ ଧପଧପି ଏଲ.ଇ.ଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡ ମାନଙ୍କୁ କୁହାଯାଇଅଛି I

ଜଗୁଆଳି ଥିବା ଲେବଲ କ୍ରସିଂ ଗେଟରେ ବ୍ୟାରିୟରରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଅଛି I ସେହିପରି ଟ୍ରେନର ପଛ ଡବାରେ ଏହି ଭଳି ସଂକେତ ଚିହ୍ନକୁ ମଧ୍ୟ ଉପଯୋଗ କରାଯାଇଅଛି I