NationalTrends କାର୍ ଦୁର୍ଘଟଣାରେ କ୍ରିକେଟର୍ ଋଷଭ ପନ୍ତ ଆହତ On Dec 30, 2022 ଆଜି ଉତ୍ତରାଖଣ୍ଡରୁ ରୁଡକି ଆସୁଥିବା ବେଳେ ସଡ଼କ ଡିଭାଇଡର୍ରେ କ୍ରିକେଟର ଋଷଭ ପନ୍ଥଙ୍କ କାର ଧକ୍କାଖାଇ କାର୍ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଆହତ ହୋଇ ଡାକ୍ତରଖାନାରେ ଅଛନ୍ତି । ପନ୍ତଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ଡାକ୍ତର କହିଛନ୍ତି ଯେ, ସମ୍ପ୍ରତି ଋଷଭ ପନ୍ତ୍ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ରୂଡ୍କୀରୁ ଦିଲ୍ଲୀକୁ ରେଫର୍ କରାଯାଇଛି। କାର ପୁରା ପୋଡି ନଷ୍ଟ ହୋଇଥିବା ବେଳେ ଋଷଭ ପନ୍ଥ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ ସାଂଘାତିକ ଆହତ ହୋଇଥିବା ପନ୍ତଙ୍କୁ ମଧ୍ୟ ଦିଲ୍ଲୀ ରୋଡ୍ସ୍ଥିତ ‘ସକ୍ଷମ ହସ୍ପିଟାଲ୍’କୁ ନିଆଯାଇଥିଲା। Share