ବିଚିତ୍ର ପରମ୍ପରା
କଥାରେ କୁହାଯାଏ ଝିଅ ଜନମ ପର ଘରକୁ । ସେଣିକି ଯେତେ ଧନୀ ଶ୍ରେଣୀର ଝିଅ ହୁଅନ୍ତୁ ଅବା ଗରିବ ଶ୍ରେଣୀର । ସମସ୍ତଙ୍କୁ ବିବାହ ପରେ ଶାଶୁଘରକୁ ଯିବାକୁ ପଡିଥାଏ । ଶାଶୁଘରକୁ ନିଜ ଘର ଭାବି ଚଳିବାକୁ ପଡିଥାଏ । ସେତେବେଳେ ଝିଅଟେ ପାଇଁ ବାପ ଘର ନୁହେଁ ଶାଶୁଘର ହୋଇଯାଏ ନିଜର । ବିବାହ ପରେ ଝିଅଟି ହୋଇଯାଏ ପର ଗୋତ୍ରୀ । ହେଲେ କେବେ ଶୁଣିଛନ୍ତି କି ବିବାହ ପରେ ଝିଅ ନୁହେଁ ପୁଅମାନଙ୍କୁ ଯିବାକୁ ପଡିବ ଶାଶୁଘର । ନିଜ ଘରକୁ ପର କରି ପୁଅମାନେ ସ୍ତ୍ରୀର ଘରେ ରହି ଘରର ପୁଅ ପରି ପ୍ରତ୍ୟେକଟି କର୍ତବ୍ୟକୁ ସୂଚାର ରୂପେ ତୁଲାଇବେ । ଏକଥା ଶୁଣି ଆପଣଙ୍କ ମନକୁ ଏହି କଥା ଆସୁଥିବ କି ଆମେ ବୋଧେ ଘର ଜ୍ୱାଇଁ ବିଷୟରେ କହୁଛୁ । କିନ୍ତୁ ଆପଣଙ୍କର ଅନୁମାନ କିଛି ମାତ୍ରାରେ ଭୁଲ । କେବଳ ଜଣେ ଅଧେ ନୁହେଁ ବରଂ ବିବାହ ପରେ ପ୍ରତ୍ୟେକ ପୁରୁଷମାନଙ୍କୁ ଶାଶୁଘରେ ଯାଇ ରହିବାକୁ ପଡିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ପୁରା ସତ । ଏହି ସ୍ଥାନରେ ବିବାହ ପରେ ନାରୀମାନେ ନୁହେଁ ପୁରୁଷମାନେ ଶାଶୁଘର ଯାଇ ରହିଥାନ୍ତି । ଏପରି ଅଦ୍ଭୁତ ପରମ୍ପରା ଆମ ଭାରତରେ ହିଁ ରହିଛି । ଉତରପ୍ରଦେଶର କୁଶମ୍ବି ଜିଲ୍ଲାରେ ଅବସ୍ଥିତ ଏହି ଗାଁର ନାଁ ହିଙ୍ଗୁଲପୁର । ଏହି ଗାଁ ଜ୍ୱାଇଁ ଗାଁ ଭାବେ ପରିଚିତ । ଏହି ହିଙ୍ଗୁଲପୁର ଗ୍ରାମରେ ଝିଅମାନେ ବିବାହ କରି କନ୍ୟା ବେଶରେ ଶାଶୁଘରକୁ ଯାଆନ୍ତି ନାହିଁ ବରଂ ପୁଅମାନେ ବାଜା ବାଣ ରୋଷଣୀ ନେଇ ବେଶ ଧୁମଧାମରେ ବାହା ହେବା ପାଇଁ ଯାଇଥାନ୍ତି ଏବଂ ବାହା ଘର ପରେ ସେଇଠାରେ ଘର ଜ୍ୱାଇଁ ହୋଇ ରହିଥାନ୍ତି । ଦଶନ୍ଧି ଦଶନ୍ଧି ଧରି ଏହି ପ୍ରଥା ଗାଁରେ ପ୍ରଚଳିତ ରହି ଆସିଛି । ଝିଅଟିକୁ ବିବାହ କରି ତାଙ୍କ ବାପାମାଅମାନେ ଝିଅଟିକୁ ନିଜ ପାଖରେ ରଖିବାକୁ ନିଷ୍ପତି ନେଇଥିଲେ । କାରଣ ସେଠାରେ ବଢି ଚାଲିଥିବା ଭ୍ରୁଣ ହତ୍ୟା ଏବଂ ଯୌତୁକ ଜନିତ ଅତ୍ୟାଚାରରୁ ନିଜ ଝିଅକୁ ରକ୍ଷା କରିବା ପାଇଁ ଏହି ନିଆର ପରମ୍ପରାକୁ ଆପଣେଇ ନେଇଥିଲେ ବାପା ମାଆମାନେ । ଏହି ଗାଁ ର ଝିଅମାନେ ବିବାହ ପାଇଁ ଯୋଗ୍ୟ ହୋଇଗଲା ପରେ ସେମାନଙ୍କ ପାଇଁ ବର ଖୋଜା ଯାଏ ଆଉ ବିବାହ ବିଷୟରେ କଥା ହେବା ବେଳେ ଏକ ସର୍ତ ରଖାଯାଏ । ସର୍ତଅନୁସାରେ ଜ୍ୱାଇଁ ଘର ଜ୍ୱାଇଁ ହୋଇ ଶାଶୁଘରେ ରହିଥାଏ । ଏଥିସହିତ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ରୋଜଗାର କରିଥାନ୍ତି ଫଳରେ ପରିବାର ପ୍ରତିପୋଷଣରେ କୌଣସି ଅସୁବିଧା ହୋଇ ନଥାଏ । ଏପମ୍ପରାକେବଳହିଙ୍ଗୁଲପୁରରେପ୍ରଚଳିତ ନୁହେଁ ଏହାର ଆଖପାଖ ଜିଲ୍ଲା କାନପୁର,ଫତେପୁର ,ଆହ୍ଲାବାଦ ଫତେପୁର ଏବଂ ବାନ୍ଦାରେ ଏହି ଘର ଜ୍ୱାଇଁ ପ୍ରଥା ଦୀର୍ଘ ବର୍ଷହେଲା ପ୍ରଚଳିତ ହୋଇ ଆସୁଛି । ଏଠାକାରଝିଅମାନଙ୍କୁ ଏପରି ଶିକ୍ଷା ଦିଆଯାଇଥାଏ ଯେ ମେସାନେ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ପାଠ ପଢାସହିତ ଅନେକ ପ୍ରକାରର ଘରକରଣା କାମ ସାଙ୍ଗକୁ କିପରି ଭାବରେ ଝିଅମାନେ ରୋଜଗାରକ୍ଷମ ହୋଇ ପାରିବ ସେନେଇ ଶିକ୍ଷା ମଧ୍ୟ ଦିଆଯାଏ ।