ବଲାଙ୍ଗିରରେ ମାଓବାଦୀଙ୍କ ଧମକ ଭୋଟ ବର୍ଜବ କର

ବଲାଙ୍ଗିରରେ ମାଓବାଦୀଙ୍କ ଧମକ ଭୋଟ ବର୍ଜବ କର

ମେଟ୍ରୋ ଟିଭି ଓଡିଶା,୧୮/୧: ଆଗକୁ ଅଛି ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା । ଏହି ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲ ହେଲାଣି ଓ ନିର୍ବାଚନର ପ୍ରଚାର ପ୍ରସାର ଆରମ୍ଭ ହୋଇଗଲାଣି । ଗାଁ ଗାଁରେ ବୁଲିଲେଣି ପ୍ରାର୍ଥୀ । ଏହି ଭିତରେ ମାଓବାଦୀଙ୍କ ଧମକ ବଲାଙ୍ଗିର ଗ୍ରାମ ଜନସାଧାରଣଙ୍କୁ ଭୟର ବାତାବରଣ ଘାରିଛି । ମାଓବାଦୀ ମାନେ ଧମକ ଦେଇ କହିଛନ୍ତି ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ।

ବଲାଙ୍ଗିର ତୁରେକେଲା ବ୍ଳକ ସମରସିଂ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଏକ ବ୍ୟାନର ଲଗାଯାଇଛି। ବ୍ୟାନରରେ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରି ଗାଁରେ ଜନତା ସରକାର ଗଠନ କରିବାକୁ ମାଓବାଦୀମାନେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଏପରି କି ଦୁନିତିଗ୍ରସ୍ତ ନିର୍ବାଚନକୁ ବଏକଟ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟରରେ ବିବିଏମ୍ ମାଓବାଦୀ ସଙ୍ଗଠନର ନାମ ରହିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି ବ୍ୟାନର ମିଳିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି।