ତୁନିଶା ଶର୍ମାଙ୍କ ଆତ୍ମହତ୍ୟା : ସିଜାନ ମହମ୍ମଦ ଗିରଫ

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁସାରେ ନଏଗାଓଁରେ ତାଙ୍କ ଟେଲି ସିରିଏଲ ‘ଅଲ୍ଲି ବାବା, ଦାସତାଏଁ-ଏ-କାବୁଲ’ର ସୁଟିଂ ଚାଲିଥିଲା । ଏହି ସମୟରେ ସେ ଜଣେ ସହଯୋଗୀଙ୍କ ମେକଅପ୍ ରୁମରେ ମେକଅପ୍ କରିବାକୁ ଯାଇଥିଲେ । ସେଠାରେ ତୁନିଶା ବେହୋସ୍ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।