ରୋମାଞ୍ଚକର ସ୍ଥିତିରେ ଥିବା ଟେଷ୍ଟ ମ୍ୟାଚରେ ଭାରତ ଓ ବାଂଲାଦେଶକୁ ପରାସ୍ତ କରିଛି । ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଜିତି ଭାରତ ସିରିଜ ବିଜୟୀ ହୋଇଛି । ଆଜି ଚତୁର୍ଥ ଦିନରେ ଭାରତକୁ ଜିତିବାକୁ ହେଲେ ୧୦୦ ରନର ଆବଶ୍ୟକତା ଥିବା ବେଳେ ଅଶ୍ବିନ ଏବଂ ଶ୍ରେୟସ ଆୟରଙ୍କ ଭାଗିଦାରୀ ଦ୍ବାରା ଭାରତ ବିଜୀୟ ହୋଇଛି । ସକାଳୁ ସକାଳୁ ଆଉ ଦୁଇ ଉଇକେଟ ନେଇ ବାଲାଂଦେଶ ଜିତିବା ପାଇଁ ଚାପ ପକାଇଥିଲେ ମଧ୍ୟ ଶେଷରେ ପରାଜିତ ହୋଇଛି ।
ତୃତୀୟ ଦିନ ଖେଳ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୪୫ ସଂଗ୍ରହ କରିଥିଲା । ଆଜି ଭାରତ ୭ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । ମୀରପୁରରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ଦ୍ୱିିତୀୟ ଇନିସ୍ରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ସୁଭମନ ଗିଲ, କେଏଲ ରାହୁଲ, ବିରାଟ କୋହଲି, ଚେତେଶ୍ୱର ପୂଜାରା ଆଉଟ୍ ହୋଇଯାଇଥିବା ବେଳେ ଶେଷରେ ଶ୍ରେୟସ ଏବଂ ଅଶ୍ବିନ ଭଲ ବ୍ୟାଟିଂ କରି ମ୍ୟାଚ ଜିତିବା ସହ ସିରିଜ ବରାବର କରିବାରେ ବଡ଼ ଭୂମିକା ନେଇଛନ୍ତି । ଅଶ୍ବିନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁୂରସ୍କାର ମିଳିଥିବା ବେଳେ ପୂଜାରାଙ୍କୁ ପ୍ରଥମ ଟେଷ୍ଟରେ ଭଲ ବ୍ୟାଟିଂ କରିଥିବାରୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଛି ।