ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପୁଣି ଘୋଷଣା କରିଛନ୍ତି ଯେ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଚାଲୁ ରହିବ । ଏବେ ଲୋକମାନେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇବେ । ଯାହାକୁ ନେଇ ସାଧାରଣରେ ଖୁସି ପ୍ରକଟ କରିଛନ୍ତି ଲୋକେ । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକ ଏବେ ମାଗଣା ଖାଦ୍ୟ ଶସ୍ୟ ପାଇବେ । ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ଶସ୍ୟ ପାଇବା ପାଇଁ ଗୋଟିଏ ଟଙ୍କା ମଧ୍ୟ ଦେବାକୁ ପଡିବ ନାହିଁ । ତାଙ୍କ କହିବାନୁସାରେ, ସରକାର ଏଥିପାଇଁ ବାର୍ଷିକ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।