ମଥୁରାରେ ଶାହି ଇଦଗା ମସଜିଦର ସର୍ଭେ ହେବ

ମଥୁରା: ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ବିବାଦ ଚାଲିଥିବା ବେଳେ ଏହି ଭୂମିରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ କୋର୍ଟ। ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ହିନ୍ଦୁ ପକ୍ଷ ବର୍ଷ ବର୍ଷ ଧରି କରିଆସୁଛନ୍ତି ଅଭିଯୋଗ । ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହାର ଶୁଣାଣି ଚାଲିଛି । ମଥୁରା କୋର୍ଟ ଏହାର ଶୁଣାଣି କରି ଜାନୁଆରୀ ୨ରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ମସଜିଦ ମଧ୍ୟରେ ସର୍ଭେ କରି ରିପୋର୍ଟ ଦେବାକୁ କହିଛନ୍ତି। ଜାନୁଆରୀ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।