ରକୁଲ ପ୍ରୀତଙ୍କ ଲଗାତାର ଦୀର୍ଘ ୧୧ ଘଣ୍ଟା ସୁଟିଂ
ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ପାଣି ଭିତରେ ଦୀର୍ଘ ୧୧ ଘଣ୍ଟା ସୁଟିଂ କରିଥିବା ଦେଖିବାକୁ ମିଳିଛି । ଥଣ୍ଡା ପାଣିରେ ଏତେ ସମୟ ଧରି ରହି ପରିଶ୍ରମ କରୁଥିବା ଦେଖାଯାଇଥିଲା । ଥଣ୍ଡାରୁ ବର୍ତ୍ତିବା ଲାଗି ସେ ଆୟୁର୍ବେଦିକ କାଢ଼ା ବ୍ୟବହାର କରୁଥିବା ସେ ତାଙ୍କର ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଥିବା ଫଟୋଗୁଡ଼ିକରେ ସେ ଟାୱେଲ୍ ଘୋଡ଼େଇହୋଇ ଔଷଧ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।